ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଥିବା ଡକ୍ଟରେଟ ଉପାଧି ଉପରେ ଉଠିଲା ପ୍ରଶ୍ନବାଚୀ ! ଡକ୍ଟରେଟ ଉପାଧି ଫେକ ନୁଁହ ତ ! କଂଗ୍ରେସ କଲା ପ୍ରଶ୍ନ !

ଅନୁଭବ ମହାନ୍ତି ଯିଏ କି କେନ୍ଦ୍ରାପଡ଼ା ର ବେଜେଡି ରେ ସାଂସଦ ରହିଛନ୍ତି । ଶୁଣିବାକୁ ମିଳୁଛି ଯେ ଆମେରିକା ର କୌଣସି ଏକ ବିଶ୍ଵ ବିଦ୍ୟାଳୟ ରୁ ଡକ୍ତରେଟ ଉପାଧି ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଛି । ଏହା ଉପରେ ବର୍ତ୍ତମାନ କଂଗ୍ରେସ ଦଳ ପ୍ରଶ୍ନ ଉଠାଇଛି । ଦଳ ର ମୁଖ୍ୟ ପାର୍ଥି ପୂର୍ବରୁ ଅନୁଭବ ଯୁକ୍ତ ଦୁଇ ପାସ୍ କରି ନ ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ମାତ୍ର ଏହି ବିଷୟ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭବ କିମ୍ବା ତାଙ୍କ ଦଳ ପକ୍ଷ ରୁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ସାଂସଦ ଅନୁଭବ ମହାନ୍ତି ପୂର୍ବରୁ ଯେଉଁ ୟୁନଭରସିଟି ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ତାହା କଳା ତାଲିକା ଯୁକ୍ତ ୟୁନଭରସିଟି ଥିଲା । ନିଶିକାନ୍ତ ମିଶ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସାଂସଦ ଅନୁଭବ ମହାନ୍ତି ଙ୍କୁ ଡକ୍ଟରେଟ ଉପାଧି ମିଳିଥିବା ଖବର ଜଳିଯାତି ବୋଲି କହିଛନ୍ତି । ଏହି ପରି ଘଟଣା ରେ ଅନୁଭବ ନିଜେ ଏହି ଘଟଣା ଉପରୁ ପରଦା ହଟାଇବା ଉଚିତ୍ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ର ବେଜପି ଦଳ ମଧ୍ୟ ଏହି ବିଷୟ କୁ ନେଇ ସମାନ ମନ୍ତବ୍ୟ ରଖିଛନ୍ତି । ସମାନ ପ୍ରଶ୍ନ ଉଠାଇଛି ସାଂସଦ ଅନୁଭବ ମହାନ୍ତି ଙ୍କ ଉପରକୁ । ସେହି ଜିଲ୍ଲା ର ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି ଯେ ପୂର୍ବରୁ ଅନୁଭବ ଙ୍କ ଶିକ୍ଷାଗତ ସାର୍ଟିଫିକେଟ କୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏଥିପାଇଁ ଅନୁଭବ ନିଜକୁ ଏସବୁ ପାଇଁ ପ୍ରସ୍ତୁତ କରି ସାମ୍ନା କରିବା ସହିତ ଏହା ଉପରେ ପ୍ରତିକ୍ରିୟା ରଖିବା ଉଚିତ । ସେ ଜଣେ ଅନୁଭବ ମହାନ୍ତି କନ୍ଦରପୁର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ର । ବର୍ତ୍ତମାନ ପର୍ଯ୍ୟନ୍ତ ସେ କଲେଜ୍ ରୁ ମାଇଗ୍ରେସନ୍ ନେଇ ନାହାନ୍ତି ।

ତେବେ ସେ କିପରି ଗ୍ରଜୁଏଟ୍ ହେଲେ ବୋଲି ପ୍ରଶ୍ନ ଉଠୁଛି । ମାତ୍ର ଅନୁଭବ ରାଜ୍ୟସଭା ପ୍ରାର୍ଥୀ ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ସେ ସୁବେଥ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲୋଜି ରୁ ଗ୍ରାଜୁଏଟ ହୋଇଛନ୍ତି ବୋଲି ଦର୍ଶାଇ ଥିଲେ । ସେ ଦିଲ୍ଲୀ ଦରବାର ରେ ଓଡ଼ିଶା କୁ ପ୍ରତିନିଧିତ୍ଵ ଦେଉଛନ୍ତି । ନିଶିକାନ୍ତ ମିଶ୍ର ଏହା ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ତେବେ ଏହି ସବୁ ସତ୍ୟତା ରୁ ପର୍ଦା ଫାସ୍ ହେବା ଉଚିତ ।

Leave a Reply

Your email address will not be published. Required fields are marked *