ଚୋର ତସ୍କର ମାନେ ହାଇଦ୍ରାବାଦ କଷ୍ଟମ ବିଭାଗ ପାଖରୁ ଖସିଯିବା ପାଇଁ ବିଭିନ୍ନ ରାସ୍ତା ଆପଣନ୍ତି, କିନ୍ତୁ ହାଇଦ୍ରାବାଦ ବିମାନବନ୍ଦରରେ ଧରାଯାଇଥିବା ତସ୍କର ମାନେ ଯେଉଁ ରାସ୍ତା ସବୁ ବାଛିଥିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଆଉ ସେ ଏହା କରି ସବୁ ସୀମା ଅତିକ୍ରମ କରିଦେଇଛନ୍ତି, ବାସ୍ତବରେ, ଏହି ତସ୍କର ମାନଙ୍କ ମଳଦ୍ୱାର ରେ ସୁନା ଲୁଚାଇ ରଖିଥିଲେ, ଏହି ତସ୍କର ଙ୍କ ସଂଖ୍ୟା ଚାରି ଥିଲା ସେମାନଙ୍କଠାରୁ ଉଦ୍ଧାର ହୋଇଥିବା ସୁନାର ଓଜନ 7.3 କିଲୋଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ 3.6 କୋଟି ଟଙ୍କ ଅଟେ,ଦୁବାଇ ରୁ ହାଇଦ୍ରାବାଦ ଏୟାର ଇଣ୍ଡିଆ ବିମାନରେ ଚାରିଜଣ ନାଗରିକ ଏଠାରେ ପହଞ୍ଚିଥିଲେ, ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳା ଥିଲେ ସନ୍ଦେହ ପରେ କଷ୍ଟମ ବିଭାଗ ଦ୍ୱାରା ସେମାନଙ୍କୁ ସର୍ଚ୍ଚ କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତ,
ଯେତେବେଳେ ସେମାନଙ୍କ ଅନୁସନ୍ଧାନରେ ତାଙ୍କର ଏହି ତସ୍କରୀ ସାମ୍ନା କୁ ଆସିଲା, ସେତେବେଳେ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କହିଥିଲେ ଯେ ସେମାନେ ସୁନାକୁ ସେମାନଙ୍କ ମଳଦ୍ୱାରରେ ଲୁଚାଇ ରଖିଛନ୍ତି, ବର୍ତ୍ତମାନ ଉଦ୍ଧାର ହୋଇଥିବା ସୁନା କଷ୍ଟମ୍ସ ବିଭାଗ ଙ୍କର ସୁରକ୍ଷା ରେ ଅଛି, ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏମିତି ରେ ଏହି ତସ୍କରୀ ରେ ଏଭଳି ପଦକ୍ଷପ ନେବାର ଏହି ମାମଲା ପ୍ରଥମ ଘଟଣା ନୁହେଁ, ଚଳିତ ବର୍ଷ ଜୁଲାଇରେ ଚେନ୍ନାଇ ବିମାନବନ୍ଦରରେ ଜଣେ ତସ୍କର ଧରାଯାଇଥିଲା ସେ ତାଙ୍କ ମାଳାଶୟ ରେ ପ୍ରାୟ 810 ଗ୍ରାମ ସୁନା ଲୁଚାଇ ରଖିଥିଲେ ସେ ଏହି ସୁନାକୁ ପେଷ୍ଟ ଆକାରରେ ଚାରିଟି ବଣ୍ଡଲରେ ପ୍ୟାକ୍ କରି ଲୁଚାଇ ରଖିଥିଲେ, ଦୁବାଇରୁ ଆସୁଥିବା ଏହି ଯାତ୍ରୀଙ୍କଠାରୁ ଉଦ୍ଧାର ହୋଇଥିବା ସୁନାର ମୂଲ୍ୟ 40 ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା,
କିଛି ମାସ ପୂର୍ବରୁ ଦୁବାଇ-ହାଇଦ୍ରାବାଦ ମାର୍ଗ ଦେଇ ଆସୁଥିବା ବିମାନରେ ଆସିଥିବା ଅନ୍ୟ ଜଣେ ତସ୍କର ଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଯେଉଁଠାରେ କି ଜଣେ ତସ୍କର ଏକ ରିଚାର୍ଜବୁଲ ଲନ୍ଟର୍କ 6 କିଲୋ ସୁନା ଲେପନ କରି ଲୁଚେଇ ଥିଲେ, ଏହି ମାମଲା ଚଳିତ ବର୍ଷ ଅକ୍ଟୋବର ମାସରେ ହୋଇଥିଲା ଅକ୍ଟୋବରରେ ବିମାନବନ୍ଦର କର୍ତ୍ତୃପକ୍ଷ ସୁନା ତସ୍କରୀ କରୁଥିବା ସମୟରେ ଜଣେ ଯାତ୍ରୀଙ୍କୁ ଗିରଫ କରିଥିଲେ, ଏହି ଯାତ୍ରୀ ତାଙ୍କ ଅନ୍ତବସ୍ତ୍ର ଏବଂ ହ୍ୟାଣ୍ଡ ବ୍ୟାଗରେ 1200 ଗ୍ରାମ ସୁନା ପେଷ୍ଟ ଭାବ ରେ ଲୁଚାଇ ରଖିଥିଲେ |