ଗେଷ୍ଟ ହାଉସରେ ଏକାକୀ ରାତି କାଟୁଛନ୍ତି ତପସ୍ଵିନୀ….

ତେବେ କୋର୍ଟ ରାୟ ଦେଇଥିଲେ ଯେ ଆସ୍କା ରେ ଏକ ଜଙ୍ଗଲ ଭିତରେ ଏକ ଘରେ ସ୍ବାମୀ ସ୍ତ୍ରୀ ରହିବେ ୭ ଦିନ ପାଇଁ । ସ୍ତ୍ରୀ ର ସମସ୍ତ ଖର୍ଚ୍ଚ ସ୍ବାମୀ ହିଁ ବହନ କରିବେ ।ତେବେ କୋର୍ଟ ରୁ ଅର୍ଡର୍ ଆସିଥିଲା ଯେ ଗୋଟେ ଘରେ ୭ ଦିନ ପାଇଁ ଏକାଠି ରହିବା ପାଇଁ । ତା ପରେ ସେମାନଙ୍କ ଡିଶିସନ ଯାହା ନେବେ ତାହାକୁ କୋର୍ଟ ବିଚାର କରିବେ । ତେବେ ନାନା ସୁରକ୍ଷାକର୍ମୀ ଙ୍କ ଘେରା ରେ ଆସ୍କା ରେ ଦମ୍ପତ୍ତି ରହିଥିଲେ ୭ ଦିନ

ତେବେ ଆଜି କୁ ୭ ଦିନ ପୁର୍ଣ୍ଣ ହେଇଥିବା ବେଳେ ଆସ୍କା ଥାନା ଆଇଆଇସି ଓ ସୁରକ୍ଷା କର୍ମୀ ଏହି ସାତ ଦିନ ର ଟିକିନିଖି ରିପୋର୍ଟ ମାନନୀୟ କୋର୍ଟ ରେ ଦାଖଲ କରିଛନ୍ତି । ତେବେ ଅପରପାର୍ଶ୍ବ ଓକିଲ ଅର୍ଥାତ୍ ସୁମିତ୍ ଙ୍କ ଓକିଲ ଅଦାଲତ ରେ ଆଉ ୭ ଦିନ ର ସମୟ ମହୁଲତ ମାଗିଥିଲେ । ସେମାନଙ୍କ ଓକିଲ କହିଛନ୍ତି ଆଉ ୭ ଦିନ ପରେ ସେ କାଉଣ୍ଟର ଦେବେ । ତେବେ ଏହି ପିଟିସନ କୁ ମଧ୍ୟ ମାନ୍ୟବର ଅଦାଲତ ଗ୍ରହଣ କରିଛନ୍ତି । ତେବେ ଏହି ୭ ଦିନ ଭିତରେ ହିଁ ଘଟିଯାଇଛି ନାନା ଘଟଣା ।

ତେବେ ଆଉ ୭ ଦିନ ରହିବାକୁ ଯେତେବେଳେ କୋର୍ଟ ମିଶି କରି ରହିବାକୁ ଅର୍ଡର୍ ଦେଇଥାଏ , ସ୍ତ୍ରୀ କୁ ନ ଜଣାଇ ଫେରାର ହୋଇଗଲେ ଡାକ୍ତର ସୁମିତ । ସାମାନ୍ୟ ସୁରକ୍ଷା କର୍ମୀ ଙ୍କ ଫାଙ୍କ ଦେଇ ଆଖି ସାମ୍ନା ରୁ ଫେରାର ହୋଇଗଲେ ସୁମିତ । ତେବେ ସ୍ବାମୀ ସ୍ତ୍ରୀ ମଧ୍ୟରେ କଣ ମନ ମିଶିଥିଲା ବୋଲି ପ୍ରଶ୍ନ ଉଠୁଚି ସମସ୍ତଙ୍କ ମନ ରେ ।

ତେବେ ଏପଟେ ତପସ୍ଵିନୀ ଆସି ଗେଷ୍ଟ ହାଉସ ରେ ରହୁଥିବା ସମୟ ରେ କଣ ଏପରି ହେଲା ଯେ ସୁମିତ ଭଡ଼ା ଘର ଖୋଜିବା ବାହାନା ରେ ଚାଲିଗଲେ । ଚାଲିଯାଇ କେଉଁଠି ଫେରାର ହୋଇଛନ୍ତି ମଧ୍ୟ କାହାକୁ ଜଣା ନାହିଁ । ତପସ୍ଵିନୀ ଗେଷ୍ଟ ହାଉସ ଛାଡ଼ିବା ସମୟ ରେ ତାଙ୍କ ପାଖରେ ମଧ୍ୟ କିଛି ପଇସା ନାହିଁ । ଏପରି କି ସେ ଗୋଟିଏ ଦିନ ମଧ୍ୟ ଭୋକିଲା ଥିଲେ ।

Leave a Reply

Your email address will not be published. Required fields are marked *