ଆଜିକାଲିର ପିଲା ମାନେ ବର୍ତ୍ତମାନ ଯୁଗରେ ସମସ୍ତେ ପ୍ରେମ କରୁଛନ୍ତି। ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଯାଇଛି। ସେମାନେ ପାଠ ପଢା ନାଁ ରେ ଘରେ ମିଛ କଥା କହି ସ୍ଥାନ,କାଳ ଓ ପାତ୍ର କିଛି ବି ମାନୁ ନାହାନ୍ତି ଓ ଲୁଚି ଲୁଚି ବାହାରେ ଆସି ପ୍ରେମ କରୁଛନ୍ତି।ସେମାନେ ପ୍ରେମ ପାଇଁ ନିଜ ବାପା,ମାଆ ଓ ପରିବାର ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାକୁ ଗୋଡ଼ରେ ଆଡେଇ ଦେଇ ଓ ସମାଜର ସବୁ ନୀତି ନିୟମକୁ ମଧ୍ୟ ଭୁଲି ଯାଉଛନ୍ତି। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ।
ହେଲେ ଆମେ ଆଜି ଆପଣମାନଙ୍କୁ ଯେଉଁ ସମ୍ପର୍କ ବିଷୟରେ କହିବୁ ତାହା ପ୍ରେମ ହେଲେ ସମାଜ ଆଗରେ ଏକ ଲଜ୍ଜାଜନକ ସମ୍ପର୍କ। ଖୁଡ଼ିକୁ ନେଇ ଛୁ ମାରିଲା ପୁତୁରା। ମାତ୍ର କିଛି ଦିନ ତଳେ ଘରକୁ ବାହା ହୋଇ ଆସିଥିବା ମାଆ ସମାନ ଖୁଡ଼ି ସହ ରଖିଥିଲା ପ୍ରେମ ସମ୍ପର୍କ। ସୁଯୋଗ ମିଳୁ ମିଳୁ ଘର ଛାଡ଼ି ଫେରାର ହୋଇଗଲେ ପୁତୁରା ଓ ଖୁଡ଼ି। ଅନ୍ଧ ପ୍ରେମର ଏହିଭଳି ଏକ ନମୂନା ରାଜଧାନୀ ଦିଲ୍ଲୀ ଠାରେ ଦେଖିବାକୁ ମିଳିଛି।
ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଏତଲା ଦେଇଥିଲେ ହେଁ ଏପର୍ଯ୍ୟନ୍ତ ପୋଲିସ ଫେରାର ପ୍ରେମୀ ଯୁଗଳଙ୍କୁ ଧରିବାରେ ସଫଳ ହୋଇନାହିଁ। ମିଳିଥିବା ସୂଚନା ଅନୁଯାଇ ଉକ୍ତ ମହିଳା ଜଣକ ବାହା ହୋଇ ଆସିବା ପରଠାରୁ ପୁତୁରା ସହିତ ତାଙ୍କର ପ୍ରେମ ସମ୍ପର୍କ ରହି ଆସିଥିଲା। ଏପରିକି ଏହା ବିଷୟରେ ପରିବାର ଲୋକେ ମଧ୍ୟ ଜାଣିଥିଲେ।
ବହୁ ବୁଝାଇବା ପରେ ମଧ୍ୟ ସେମାନଙ୍କ ଭିତରେ କୌଣସି ପ୍ରକାରର ପରିବର୍ତ୍ତନ ଆସିନଥିଲା। ତେବେ, ଅକ୍ଟୋବର ୧୬ ତାରିଖ ଦିନ ସୁଯୋଗ ପାଇ ସେମାନେ ଘର ଛାଡ଼ି ପଳାଇଥିଲେ।ପୋଲିସ କହିବା ମୁତାବକ ନବବିବାହିତା ମହିଳାଙ୍କ ବୟସ ମାତ୍ର ୧୯ ବର୍ଷ ହୋଇଥିବା ବେଳେ ପୁତୁରାର ବୟସ ୨୪ ବର୍ଷ ହେବ। ମହିଳାଙ୍କ ସ୍ୱାମୀ ଉଭୟଙ୍କ ନାମରେ ଏତଲା ଦେଇଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ, ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡିଛି। ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।