ଲିଭର ଖରାପ ହେବା ପୂର୍ବରୁ ଶରୀରକୁ ଦେଇଥାଏ ଏହି ୫ଟି ସଂକେତ , ସମୟ ପୂର୍ବରୁ ହୋଇଯାଆନ୍ତୁ ସାବଧାନ !

ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ଜୀବନ ଭିତରେ ଶରୀର ପ୍ରତି ଆମେ ଅବହେଳା କରିଥାଉ। ଟଙ୍କା ସଞ୍ଚୟ କରିବା ଲାଳସାରେ ସ୍ୱାସ୍ଥ୍ୟକୁ ଖରାପ କରିଦେଉ। ଯେଉଁଥିପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିଥାଏ। ଏହି ଜୀବନନାଶକ ରୋଗ ପ୍ରଥମେ ହାର୍ଟ, ଲିଭର ଭଳି ଆଭ୍ୟନ୍ତରୀଣ ଅଙ୍ଗକୁ ନିଜ କବଳରେ କବଳିତ କରିଥାନ୍ତି। କିନ୍ତୁ ସମ୍ପୁର୍ଣ୍ଣ ରୂପେ ନହେଲେ ମଧ୍ୟ କିଛି ଉପାୟ ଆପଣାଇଲେ ମଧ୍ୟ ଆପଣ ଏହି ସମସ୍ୟାରୁ ବାହାରି ଆସିପାରିବେ।

ତେବେ ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, ଆଜି ଆମେ ଯେଉଁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ବିଷୟରେ କଥା କହିବାକୁ ଯାଉଛୁ , ତାହା ହେଲା ଲିଭର, ଏହା ଶରୀରରେ ହେଉଥିବା ସବୁ ଅଙ୍ଗରୁ ୫୦୦ ଗତିବିଧିକୁ ନିୟନ୍ତ୍ରିତ କରିଥାଏ, ଏହା ଛଡା ଶରୀରରେ ୩୦ ପ୍ରତିଶତ ରକ୍ତର ଅପୂର୍ତ୍ତି ଏହା କରିଥାଏ।

୧୩୦୦୦ ପ୍ରକାରର ରସାୟନ ବନାଇବାରେ ସାହାଯ୍ୟ କରିଥାଏ, ଲିଭରର ଏକ ମହତ୍ତ୍ୱପୂର୍ଣ୍ଣ କାମ ରକ୍ତକୁ ସଫା କରିବା, ଓ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବା, କେବଳ ଏତିକି ନୁହେଁ ବ୍ଲଡ ସୁଗର୍ କଣ୍ଟ୍ରୋଲ୍ କରିବାରେ ସବୁ ହର୍ମୋନ୍ସ ଲିଭର୍ ବନାଇଥାଏ ଓ ଭାଙ୍ଗିଥାଏ , କଣ ଆପଣ ଜାଣିଛନ୍ତିକି ଏତେ ସବୁ ମହତ୍ତ୍ୱପୂର୍ଣ୍ଣ କାମକୁ ସଂଚାଳିତ କରିବାପାଇଁ ଲିଭରକୁ ସଠିକ ଖାଦ୍ୟପେୟ ଉପରେ ମଧ୍ୟ ଦରକାର୍ ଆସିଥାଏ

ଯଦି ଆପଣଙ୍କର ଖାଦ୍ୟପେୟ ଠିକ ଓ ସନ୍ତୁଳିତ ରହିବ ତେବେ ଆପଣଙ୍କର ଲିଭର୍ ସୁସ୍ଥ ରହିବ, ଯଦି ଲିଭର ଖରାପ ହେବାକୁ ଲାଗେ ତେବେ ଶରୀରରେ କିଛି ଲକ୍ଷଣ ଦେଖିବାକୁ ମିଳେ। ଏମିତିରେ ସେହି ଲକ୍ଷଣରୁ ଜାଣିପାରିବେକି ଆପଣଙ୍କର ଚିକିତ୍ସା ସମ୍ଭବପର କିମ୍ବା ନାହିଁ। ତେବେ ଏହାର ଲକ୍ଷଣରେ ପ୍ରଥମରେ ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବ। ତେବେ ପେଟ ପୀଡା ଏକ ସାଧାରଣ ସମସ୍ୟା ଅଟେ।

ଏହା ବହୁତ କାରଣରୁ ହୋଇଥାଏ କିନ୍ତୁ ଯଦି ଆପଣଙ୍କର ପେଟର ଡାହାଣ ପଟ ଭାଗରେ ପିଡା ହୋଇଥାଏ ତେବେ ତଳ ମାଂସପେଶୀ ଭାଗରେ ପିଡା ହୁଏ ତେବେ ଜାଣିପାରିବେକି ଲିଭର ବିପଦରେ ଅଛି। ତେବେ ଆଖିର ରଙ୍ଗ ହଳଦିଆ ଓ ତ୍ୱଚା ଧଳା ହୋଇଯିବା ଭଳି ଲକ୍ଷଣ ଦେଖାଗଲେ ଏହା ବୁଝିଯିବେକି ଲିଭର ଖରାପ ଅଛି। ରକ୍ତରେ ପିତ୍ତବର୍ଣ୍ଣକ ବିଲିରୁବିନର ସ୍ତର ବଢିବାକୁ ଲାଗିଛି ଏହି ସ୍ତର ବଢିଲେ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ପାରେନାହିଁ।

ଲିଭର ଖରାପ ହେବାର ଆଶଙ୍କାରେ ପିଲିଆ ଆକାରରେ ଦେଖାଦିଏ। ଯଦି ଆପଣଙ୍କୁ ଆସିଡିଟି ଓ ଅପଚ ପରି ସମସ୍ୟା ରହିଛି ତେବେ ଏହା ଲିଭରକୁ ନଷ୍ଟ କରିପାରେ। ଏଥିରେ ବାନ୍ତି ହେବାର ସମସ୍ୟା ଦେଖାଦିଏ। ଯଦି ଆପଣଙ୍କର ଓଜନ ବିନା ପରିଶ୍ରମ କରି କମିଯାଇଛି ତେବେ ଏହା ଭଲ ସଙ୍କେତ ନୁହେଁ ଲିଭର ଖରାପ ହେବା କାରଣରୁ ଭୋକ ମଧ୍ୟ ମରିଯାଏ ଯାହାଦ୍ୱାରା ଓଜନ କମିଯାଏ। ଏମିତିରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ କବଜ ଅଭିଯୋଗ ଥିଲେ ଏହା ଲିଭର ଖରାପ ହେବାକୁ ଇସାରା କରିଥାଏ।

ଏହି ସ୍ଥିତିରେ ଯେବେ ଆପଣଙ୍କ ଫୁଲିଥିବା ଭାଗରେ ଦବାଇବେ ତେବେ ବହୁତ ସମୟ ଯାଏଁ ତାହା ଦବି ରହିବ। ଟିକିଏ ଥକାପଣ ସମସ୍ତଙ୍କୁ ହୋଇଥାଏ କିନ୍ତୁ ଯଦି ଆପଣଙ୍କୁ ଛୋଟ ମୋଟ କାମରେ ଥକା ଲାଗେ ତେବେ କିମ୍ବା ମାଂସପେଶୀରେ ଦୁର୍ବଳତା ଆସେ ତେବେ ଏହା ସଙ୍କେତ ଦେଇଥାଏକି ଆପଣଙ୍କ ଲିଭର ସମ୍ପୂର୍ଣ୍ଣ ଖରାପ ହୋଇ ସାରିଛି। ଲିଭର ଖରାପ ହେବା ଦ୍ୱାରା ନିଦ ଠିକ ଭାବରେ ଆସିନଥାଏ ଓ କନଫ୍ୟୁଜନ ପରି ସ୍ଥିତି ଆସିଯାଏ ଯାହା କାରଣରୁ ବ୍ୟବହାରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖାଦିଏ।

Leave a Reply

Your email address will not be published. Required fields are marked *