ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି, ବାପାଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ବଡ ବୟାନ ଦେଲେ ପୁଅ ଅମ୍ଳାନ, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଚୀନ୍ ରୁ ଆରମ୍ଭ ହୋଇ ସାରା ବିଶ୍ଵରେ ଧିରେ ଧିରେ ନିଜର କାୟା ବିସ୍ତାର କରିଥିଲା, ପ୍ରଥମେ ଯେତେବେଳେ ଏହି ମହାମାରୀ ଆମ ଦେଶରେ ଦେଖା ଦେଇଥିଲେ ସେତେବେଳଠୁ ହିଁ ଆମ ଦେଶର ସରକାର ଏହି ମହାମାରୀ ପାଇଁ ତତ୍ପର ହୋଇ ଏହା ବିପକ୍ଷରେ ପଦକ୍ଷେପ ନେବା ଆରମ୍ଭ କରିଦେଇଥିଲେ। ଏହା ବିପକ୍ଷରେ ସରକାର ସବୁଠାରୁ ବଡ ପଦକ୍ଷେପ ଥିଲା ଲକାଡାଉନ୍, ଏହି ମହାମାରୀକୁ ରୋକିବା ପାଇଁ ସରକାର ଲୋକମାନଙ୍କୁ ପାଖାପାଖି ୩ମାସ ଧରି ଘରେ ବସାଇ ଦେଇଥିଲେ।

ଲକ୍ଡାଉନ୍ ସମୟରେ କେହି ବି ଘରୁ ବାହାରକୁ ବାହାରୁ ନଥିଲେ ସମସ୍ତେ ଘରେ ରହୁଥିଲେ ଏବଂ ସରକାରଙ୍କର ନିୟମ ସବୁକୁ ପାଳନ କରୁଥିଲେ। ଏହି ଲକାଡାଉନ୍ କାରଣରୁ ଏହି ମହାମାରୀକୁ କିଛି ମାତ୍ରାରେ ଆମ ଦେଶରେ ରୋକାଯାଇପାରିଥିଲା, ଅନ୍ୟ ଦେଶ ମାନଙ୍କରେ ଏହି ମହାମାରୀ ଯେପରି ତାଣ୍ଡବ କରିଥିଲା ଆମ ଦେଶରେ ସେପରି କିଛି ହୋଇନଥିଲା। ହେଲେ ଏତେ ସବୁ ପରେ ବି ଏହି ମହାମାରୀ କାରଣରୁ ଆମେ ଆମର ଅନେକ ପ୍ରତିଷ୍ଠିତ ତଥା ଲୋକପ୍ରିୟ ବ୍ୟକ୍ତି ମାନଙ୍କୁ ହରାଇଛୁ, ଆଉ ଏବେବି ଅନେକ ଦୁଃଖଦ ଖବର ଶୁଣିବାକୁ ମିଳୁଛି।

ଏବେ ଓଲିଉଡର ବରିଷ୍ଠ ତଥା ଦିଗଜ ଅଭିନେତା ମିହିର ଦାସ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଏବେ ସେ ଚିକିତ୍ସିତ ହେଉଛନ୍ତି । ଗତ ଦୁଇତିନି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା । କିନ୍ତୁ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ ତାଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକ ମାନେ ତାଙ୍କର ଆଶୁ ଆରୋଗ୍ଯ କାମନା କରୁଛନ୍ତି ।ଏହା ମଧ୍ୟରେ ମିହିର ଦାସଙ୍କ ପୁଅ ଅମ୍ଳାନଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି ।

ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସେ ମିହିର ଦାସଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି । ତାଙ୍କ କହିବା ମୁତାବକ ମିହିର ଦାସ ଗତ ୨୫ ବର୍ଷ ଧରି ଡାଇବେଟିସ ତଥା ମଧୁମେହ ରୋଗରେ ପୀଡିତ ଅଛନ୍ତି ଏବଂ ଚିକିତ୍ସିତ ମଧ୍ୟ ହେଉଛନ୍ତି । ଆଉ ମଧୁମେହ ରୋଗ ଥିଲେ ଏହା ଶରୀରର ଅନ୍ୟ କୌଣସି ଅଙ୍ଗ ଉପରେ ପ୍ରଭାବ ପକାଇବା ସ୍ଵାଭାବିକ।

ଅନେକ ସମୟରେ ଏହା ରୋଗୀଙ୍କ କିଡନୀ କିମ୍ବା ଆଖି ଉପରେ ପ୍ରଭାବ ପକାଇଥାଏ । ଦୀର୍ଘ ଦିନ ଧରି ମଧୁମେହ ରୋଗ ରହିଥିବାରୁ ଏହା ମିହିର ଦାସଙ୍କ କିଡନୀ ଉପରେ ପ୍ରଭାବ ପକାଇଥିଲା । ଗତ ତିନି ବର୍ଷ ହେବ ତାଙ୍କର କିଡନୀ ସମସ୍ଯା ଦେଖା ଦେଇଥିଲା । ଆଉ ସେଥିପାଇଁ ସେ ଡାଇଲିସିସ ମଧ୍ୟ ହେଉଥିଲେ । କିନ୍ତୁ ଏବେ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି ।ଏହି ଖବର ବାହାରକୁ ଆସିବା ପରେ ଓଡିଆ ଫିଲ୍ମ ଜଗତର ଅନ୍ୟ କଳାକାର ଓ ଓଡିଆ ସିନେମା ପ୍ରେମୀମାନେ ତାଙ୍କ ଆରୋଗ୍ଯ କାମନା କରୁଛନ୍ତି ।

ଅମ୍ଳାନ ମଧ୍ୟ କହିଛନ୍ତି ଯେ ତାଙ୍କ ବାପା ନିଶ୍ଚୟ ସୁସ୍ଥ ହୋଇ ଫେରିବେ । ସେ ଚିକିତ୍ସିତ ହେବାର ୪୮ ଘଣ୍ଟା ହୋଇଗଲାଣି ଓ ବର୍ତ୍ତମାନ ମେଡିସନ ସବୁ ଧୀରେ ଧୀରେ କାମ କରିବା ଆରମ୍ଭ କରୁଛି ବୋଲି ଅମ୍ଳାନ କହିଛନ୍ତି ।କିଡନୀ ସମସ୍ଯା ଦୀର୍ଘ ତିନି ବର୍ଷ ଧରି ଯେହେତୁ ରହିଛି ତେଣୁ ତାହା ପ୍ରତିକ୍ରିୟା ହେବା ମଧ୍ୟ ସ୍ଵାଭାବିକ । ଯାହା ବି ହେଉ ସେ ନିଶ୍ଚୟ ସେଠାରୁ ବାହାରି ଆସିବେ ଓ ଏଥିପାଇଁ ସମସ୍ତଙ୍କର ଭଲ ପାଇବା ଏବଂ କେବଳ ଦରକାର ବୋଲି ଅମ୍ଳାନ କହିଛନ୍ତି।

Leave a Reply

Your email address will not be published. Required fields are marked *