ସଜା ହୋଇଥିଲା ବେଡ଼,ଥିଲା ଚଉଠି ରାତି,ସ୍ତ୍ରୀକୁ ଖାଇବାକୁ ଦେଲା ଟାବଲେଟ, ଆଉ ରୁମରେ ସ୍ବାମୀ ବଦଳରେ ଥିଲା ସ୍ୱାମୀର ସାଙ୍ଗ !

ପ୍ରତ୍ୟେକ ଝିଅଙ୍କର ବିବାହକି ନେଇ ଅନେକ ସ୍ବପ୍ନ ଥାଏ। ସେ ଅନେକ ସ୍ବପ୍ନ ନେଇ ଶାଶୁ ଘରକୁ ଆସିଥାଏ। ବିବାହ ପରେ, ସେ ଏକ ନୂତନ ସୁଖମୟ ଜୀବନ ଆଶାରେ ନିଜ ଘରର ସୀମାକୁ ଅତିକ୍ରମ କରି ସାତ ଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ପତି-ପତ୍ନୀ ସାତଫେରା ନେଇଥାଏ। ସବୁ ଘାତ ପ୍ରତିଘାତରେ ରକ୍ଷା କରିବା ପାଇଁ ସ୍ବାମୀ ପ୍ରତିଶ୍ରୁତି ଦେଇଥାଏ।

କିନ୍ତୁ ବେଳେବେଳେ ଏପରି କିଛି ଘଟିଯାଏ ଯାହାକି ହଠାତ ସ୍ବପ୍ନ ଭାଙ୍ଗିଯାଏ। ଇଟାୱାର ଏକ କରୁଣ କାହାଣୀ। ଜଣେ ନବବିବାହିତା ଝିଅ ସହ ସମାନ ଘଟଣା ଘଟିଛି। ଯେତେବେଳେ ବିବାହ ପରେ ଝିଅଟି ଶାଶୁ ଘରେ ପହଁଚିଲା, ସେତେବେଳେ ସେ ଜାଣିନଥିଲାକି, ତାଙ୍କର ପ୍ରଥମ ରାତି ତାଙ୍କ ପାଇଁ ଏକ କଳା ରାତିରେ ପରିଣତ ହୋଇଯିବ। ଝିଅଟି ତା’ ସ୍ବାମୀ ଏବଂ ଦୁଇ ସାଙ୍ଗଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲା। ଯେଉଁଥିପାଇଁ ତା’ଙ୍କ ର ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ବିବାହ ୨୮ ନଭେମ୍ବରରେ ହୋଇଥିଲା।

ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ଚାଉବିଆ ପୋଲିସ ଥାନାର ଏହି ମାମଲା। ମାମଲା ଅନୁସାରେ ନଭେମ୍ବର ୨୮ ତାରିଖରେ ଝିଅଟିର ବିବାହ ହୋଇଥିଲା। ଏବଂ ସେ ନଭେମ୍ବର ୨୯ ତାରିଖରେ ତାଙ୍କର ଶାଶୁ ଘରକୁ ଆସିଥିଲା। ଶାଶୁ ଘରେ, ସ୍ବାମୀ ତାଙ୍କୁ ଏକ ବଟିକା ମଧ୍ୟ ଖାଇବା ପାଇଁ ଦେଇଥିଲା। ଗୋଟିଏ ସେ ନିଜେ ମଧ୍ୟ ଖାଇଥିଲା। ଝିଅର କହିବା ଅନୁସାରେ, ଟାବଲେଟ ଖାଇବା ପରେ ସେ ବେହୋଶ ହୋଇ ଯାଇଥିଲା ଏବଂ ସେହି ସମୟରେ ତାଙ୍କ ସହ କିଛି ଭୁଲ ଘଟଣା ଘଟିଗଲା। ଯେତେବେଳେ ଝିଅଟିର ଚେତା ଆସିଲା, ସେତେବେଳେ ଦୁଇଜଣ ଯୁବକ ତା’ କୋଠରୀରୁ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଲା। ଏହା ପରେ, ଯେତେବେଳେ ସେ ତା’ଙ୍କର ସ୍ବାମୀଙ୍କ ସହ କଥା ହେବାକୁ ଚାହିଁଲା, ସ୍ବାମୀ ଓଲଟା ଝିଅକୁ ଦୋଷ ଦେବା ଆରମ୍ଭ କରିଦେଲା।

ବର୍ତ୍ତମାନ ଦେହ ଖରାପ ହେବାରୁ ନବ ବିବାହିତା ଡାକ୍ତରଖାନାରେ ଅଛନ୍ତି। ଏହି ଘଟଣା ପରେ ଯେତେବେଳେ ଝିଅଟିର ଅବସ୍ଥା ଖରାପ ହେବାକୁ ଲାଗିଲା, ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତାଙ୍କର ପରିବାର ସଦସ୍ୟ ସ୍ବାମୀ ଏବଂ ତାଙ୍କର ଦୁଇ ସାଙ୍ଗଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି। ଏହାକୁ ଗୁରୁତର ସହ ନେଇ ପରିବାରର ସଦସ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ନିଶ୍ଚିତ କରିଅଛି।

Leave a Reply

Your email address will not be published. Required fields are marked *