ସାରା ବିଶ୍ଵରେ ଅନେକ ଲୋକମାନେ ବାସ କରନ୍ତି, ଅନେକ ଧର୍ମର ଲୋକମାନେ ରହିଥାଆନ୍ତି। ଯେହେତୁ ଲୋକମାନଙ୍କର ଧର୍ମ ଅଲଗା ହୋଇଥାଏ ସେଥିପାଇଁ ଲୋକମାନଙ୍କର ରହିବା, ଖାଇବା ପିଇବା, ଚାଲିଚଳନ ସବୁକିଛି ଭିନ୍ନ ହୋଇଥାଏ। ତେବେ ଦୁନିଆରେ ଏପରି ଅନେକ ଲୋକ ସବୁ ରହିଥାଆନ୍ତି, ସେମାନଙ୍କର ନିୟମ, ଚାଲିଚଳନ ଟିକେ ଆଶ୍ଚର୍ଯ୍ୟ ପରି ହୋଇଥାଏ, ଯାହାକି ଶୁଣିଲେ ଟିକେ ଅଲଗା ଲାଗିଥାଏ। ତେବେ ଆପଣମାନେ କଣ ଜାଣିଛନ୍ତି, ଏମିତି ଗୋଟେ ଗାଁ ଅଛି ଯେଉଁଠାରେ ଦୀର୍ଘ ୨୭ ବର୍ଷ ହେବ କେବଳ ମହିଳା ମାନେ ହିଁ ରହୁଛନ୍ତି।
ଏଠାରେ ପୁରୁଷ ମାନଙ୍କୁ ପ୍ରଦେଶ କରିବାକୁ ଦିଆଯାଏ ନାହିଁ, ଏହି ଗାଁଟି ରହିଛି କେନିୟାରେ ଓ ଏହି ଗାଁ ର ନାଁ ହେଉଛି ଓମୋଜା। ସବୁଠାରୁ ଚକିତ କରୁଥିବା କଥା ହେଉଛି ୨୭ ବର୍ଷ ଧରି କୌଣସି ପୁରୁଷ ଏହି ଗାଁରେ ନ ଥିବାବେଳେ ଏହି ଗାଁ ର ମହିଳା ମାନେ ଗର୍ଭବତୀ ହେଉଛନ୍ତି।
ଏହି ଗାଁଟି ୧୯୯୦ ମସିହାରେ ଗଢି ଉଠିଥିଲା । ସେହି ସମୟରେ ବ୍ରିଟିଶ ଶାସକ ମାନେ ମହିଳାଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ । ଏହା ପରେ ସେହି ସମାଜର ଲୋକ ମାନେ ସେହି ମହିଳା ମାନଙ୍କୁ ସମାଜରୁ ବାହାର କରି ଦେଇଥିଲେ । ହିଂସାରେ ଶିକାର ହୋଇଥିବା ୧୫ ଜଣ ମହିଳା ଧୀରେ ଧୀରେ ଏହି ଗାଁଏ ଆସି ରହିବାକୁ ଲାଗିଲେ । ବାଲ୍ୟ ବିବାହାରୁ ବଞ୍ଚିତ ହେବ ପାଇଁ କିଛି ବାଳିକା ମାନେ ଏଠାରେ ରହିବାକୁ ଆରମ୍ଭ କରିଦେଲେ ।ବର୍ତ୍ତମାନ ୩୦୦ରୁ ଅଧିକ ମହିଳା ନିଜ ସନ୍ତାନଙ୍କ ସହ ଏହି ଗାଁରେ ରହୁଛନ୍ତି ।
ଏହି ଗାଁରେ ପିଲାଙ୍କ ପାଇଁ ସ୍କୁଲ ରହିବା ସହ ଅନ୍ଯାନ୍ଯ ମୌଳିକ ସୁବିଧା ମଧ୍ୟ ରହିଛି । ଏହି ଗାଁରେ ଏକ ପାର୍କ ରହିଛି ଯାହାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ମାନେ ଆସିଥାନ୍ତି। ଏଠାରେ ମହିଳା ମାନେ ପାରମ୍ପରିକ ଗହଣା ତିଆରି କରି ପର୍ଜ୍ୟଟକଙ୍କୁ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି । ଏହି ଗାଁର ଚାରି ପାଖରେ ନଦୀ ଓ ଜଙ୍ଗଲ ରହିଛି।
ଏହି ଗାଁରେ ପ୍ରବେଶ କରିବା ପାଇଁ ଗୋଟିଏ ମାତ୍ର ଗେଟ ରହିଛି । ସୂଚନା ମୁତାବକ ଏହି ଗାଁର ମହିଳା ମାନେ କୌଣସି ପର୍ଜ୍ୟଟକଙ୍କ ସହ ଖରାପ ସମ୍ପର୍କ ରଖନ୍ତି ନାହି ବରଂ ସେମାନଙ୍କୁ ଅତିଥି ଭାବେ ମାନ୍ୟତା ଦେଇଥାନ୍ତି । ବରଂ ମହିଳା ମାନେ ଗାଁ ବାହାରକୁ ଯାଇ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖି ଗର୍ଭବତୀ ହୋଇ ନିଜର ବଂଶ ବିସ୍ତାର କରିଥାନ୍ତି । ଯଦି ଆପଣଙ୍କୁ ଝିଅ ମିଳୁ ନାହି ତେବେ ଆପଣ ଫ୍ରାନ୍ସରେ ଥିବା ଏହି ଗ୍ରାଡୁପ୍ଲାଟିଆନ୍ଟକୁ ବୁଲିବାକୁ ଯାଆନ୍ତୁ ।ଏଠାରେ ସୁନ୍ଦର ପରିବେଶ ସହ ସୁନ୍ଦରୀ କନ୍ୟା ମାନେ ଅଛନ୍ତି ଯାହାକୁ ଦେଖିଲେ ମନ ଆକର୍ଷିତ ହୋଇଯିବ ।
ଏଠାରେ ରେଷ୍ଟୁରାଣ୍ଟ, ବାର ରହିଛି ଯେଉଁଠାରେ ୧୦୦ଜଣ ମହିଳାଙ୍କ ଭିତରେ ମାତ୍ର ୧୦ ଜଣ ପୁରୁଷ ନଜର ଆସିବେ । କେବଳ ଫ୍ରାନ୍ସରେ ମହିଳାଙ୍କ ସଂଖ୍ୟା ଅଧିକ ନୁହେଁ ବରଂ ଚୀନର ବେରାରସ, ଆଷ୍ଟେନିୟାରେ ବି ସମାନ ଛବି ଦେଖିବାକୁ ମିଳିଥାଏ ।ଏଠାରେ ଝିଅ ମାନଙ୍କର ବିବାହ ପାଇଁ ସର୍ତ୍ତ ହେଉଛି ଯେଉଁ ପୁଅ ବିବାହ କରିବ ସେ ଏହି ଗାଁରେ ରହିବ ଓ ତାଙ୍କ ସହ ସବୁ କାମ କରିବ । ଏହି ଗାଁରେ ଝିଅ ମାନେ ଅଧିକ ଥିବାରୁ ସବୁ ନିସ୍ପତି ନିଜେ ନେଇଥାନ୍ତି । କେରlଳରେ ମଧ୍ୟ ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କ ସଂଖ୍ୟା ଅଧିକ ରହିଛି ।