ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲେ ଚିଲ; ମାଡି ଆସୁଛି କି କିଛି ବିପଦ ? କଣ ଏ ସଙ୍କେତ ?

ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଜନସାଧାରଣରେ ବ୍ୟାପି ଚାଲିଛି ନାନାଦି କଥା ନାନାଦି ଚର୍ଚ୍ଚା ନାନାଦି ଗୁଜବ । କିଏ କହିଲାଣି ଠାକୁରଙ୍କର ଏହା କଳିକୀ ରୂପ । କିଏ କହିଲାଣି ଠାକୁର ଛାଡ଼ିଦେଲେଣି ମନ୍ଦିର । କାହିଁକି ଏମିତି ଚର୍ଚ୍ଚା । ଜଗନ୍ନାଥ ମନ୍ଦିରରେ ଚିଲ ଉଡ଼ିବା ଏମିତି ଚର୍ଚ୍ଚା ପାଇଁ ଲୋକଙ୍କ ମୁହଁରେ କଥା ଦେଇଛି । ପ୍ରଭୁ କୁଆଡେ ଛାଡ଼ିଦେଲେ ଶ୍ରୀମନ୍ଦିର । ଆଉ ମନ୍ଦିର ଉପରେ ନୀଳକନ୍ଦର ଉପରେ ପଡ଼ିଲା ଏଭଳି ବିପତ୍ତି । କାହିଁକି କୋପ କଲେ ଶ୍ରୀଜଗନ୍ନାଥ। କାହିଁକି କୋପ କଲେ ବିଶ୍ବନିୟନ୍ତା। ସେ ନିଜ ଚାହିଁଲେ ତେଣୁ ଏସବୁ ହେଲା। ନ ହେଲେ ଏମିତି ବିପତ୍ତି ଦେଖା ନଥିଲା । ନହେଲେ କାହିଁକି ଖିନ୍‌ଭିନ୍ ହୋଇଥାନ୍ତା ପତିତ ପାବନ ପତାକା । କଡ଼ ଲେଉଟେଇଲା ନୀଳଚକ୍ର ।

ସେଠାରୁ ଯାହା ସୂଚନା ମିଳିଛି ଆଜି ସନ୍ଧ୍ୟା ୫ ଟା ବାଜି ୬ ମିନିଟ୍ ରେ ଜଗନ୍ନାଥ ମନ୍ଦିର ଚତୁଃ ପାର୍ଶ୍ଵରେ ସହ ସହ ସଂଖ୍ୟାରେ ମାଟିଆ ଚିଲ ଉଡୁ ଥିବାର ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଲୋକେ ଏହା ଆଗମୀ ଦିନରେ କିଛି ବିପଦର ସୂଚନା ବୋଲି ମତ ଦେଇଥିଲେ । ଆଉ କହିଥିଲେ ବଡ଼ ଦେଉଳ ଉପରେ ଏପରି ଚିଲ ଉଡ଼ିବା ସେମାନେ ଜୀବନରେ ପ୍ରଥମ ଥର ପାଇଁ ଦେଖିଥିଲେ ଯାହାକି ଶୁଭ ସଙ୍କେତ ଆଦୌ ନୁହଁ । ଆଗକୁ ଭୟଙ୍କର କିଛି ଆସିପାରେ ।

ତେବେ ବର୍ତମାନ ସମୟରେ ଯାହା ଗୋଟିଏ ବହୁତ ବଡ ଖବର ରହିଛି ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ । ଏହା ହେଉଛି ଆଜିର ଘଟଣା । ସକାଳେ ବହୁତ ଗୁଡ଼ାଏ ଚିଲ ଅନେକ ସମୟ ଧରି ନୀଳଚକ୍ର ଉପରେ ଉଡୁଥିବା ସହିତ ପତିତପାବନ ବାନା ଉପରେ ବସିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି । କେତେକ ଏହାକୁ ଶୁଭ ସଙ୍କେତ ଓ କେତେକ ଏହାକୁ ଅଶୁଭ ବୋଲି ମାନିଥାନ୍ତି । ଚିଲ ବସିବା ଦ୍ୱାରା ଶ୍ରୀମନ୍ଦିରର ନୀତି କାନ୍ତି ପ୍ରଭାବିତ ହୋଇନାହିଁ । କିଛି ସମୟ ବସିବା ପରେ ଚିଲ ସବୁ ଉଡିଯାଇଥିଲେ । ତେବେ ଏହି ଘଟଣା ସବୁର ଭିଡ଼ିଓ କ୍ୟାମେରା ରେ କଏଦ ହୋଇ ଯାଇଥିଲା ।

ତେବେ ଏହାର କାରଣ କଣ ହୋଇଥାଇ ପାରେ । ତେବେ ଏହି ଘଟଣା ଅନେକ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରୁଛି । କାରଣ ସାଧାରଣତଃ ଚିଲକୁ ଏକ ଅପଛାୟା କିମ୍ବା ଏକ ନକାରାତ୍ମକ ଶକ୍ତି ରୂପେ ବିବେଚିତ କରାଯାଇଥାଏ । ତେବେ କଣ କିଛି ନକରାତ୍ମକ ଘଟଣା ଆଗକୁ ମାଡ଼ି ଆସୁଛି କି ଏବଂ କଣ ଏହାର ପ୍ରଭାବ ଓଡ଼ିଶା ତଥା ଦେଶ ଉପରେ ଏହାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *