ଦେଖନ୍ତୁ ଭିଡ଼ିଓ : କ୍ୟାମେରା ସାମ୍ନାରେ ଝିଅଟି ସହ ଯାହା ହେଲା,ଆପଣ ଦେଖିଲେ ହସି ହସି ଗଡ଼ିଯିବେ !

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଳିଆ ଭିଡିଓ ମଧ୍ୟ ଏକ କ୍ୟାମେରା ସାହାଯ୍ୟ ରେ ରେକର୍ଡ ହୋଇଥାଏ ।

ଲୋଭ ଏକ ବହୁତ ଖରାପ ଗୁଣ ଅଟେ ଯାହା ମଣିଷକୁ ଭୁଲ କରିବାକୁ ବାଧ୍ୟ କରି ଦିଏ ଓ ଲୋଭ ଯୋଗୁଁ ମଣିଷ ବଡ ବଡ ଅସୁବିଧାରେ ପଡିଯାଏ । ଲୋଭ ଯୋଗୁଁ ଅନେକ ସମୟରେ ମଣିଷ ସମସ୍ତଙ୍କ ସାମ୍ନା ରେ ହାରାସ୍ ହୋଇ ଲଜ୍ଜା ମଧ୍ୟ ପାଏ । ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ଆପଣ ଏହା ଶୁଣି ଆସୁଥିବେ । ତେବେ ସେହିପରି ଏକ ଘଟଣା ବିଷୟ ରେ ଜାଣନ୍ତୁ । ଏହି ମହିଳା ଓ ଏହି ବ୍ୟକ୍ତି ନିଜ ବାଇକରେ ରାସ୍ତାରେ ଯାଉଥିଲେ । ସେହି ସମୟରେ ମହିଳା ଜଣକ ଅଚାନକ ଦେଖିଲେ କି ରାସ୍ତାରେ ଏକ ମୋବାଇଲ ଫୋନ ପଡିଛି । ସେହି ସମୟରେ ରାସ୍ତା ମଧ୍ୟ ପ୍ରାୟ ଖାଲି ଥିଲା । କେହି ଏତେ ଯିବା ଆସିବା କରୁନଥିଲେ । ଏହି ମହିଳା ଓ ବ୍ୟକ୍ତି ଦୁଇ ଜଣଙ୍କ ମଧ୍ୟରେ ମୋବାଇଲ ଦେଖି ଲୋଭ ଆସି ଯାଇଥିଲା ଓ ସେହି ବ୍ୟକ୍ତି ଜଣକ ସାଙ୍ଗେ ସାଙ୍ଗେ ନିଜ ଗାଡି ଅଟକାଇ ଦେଇଥିଲେ । ମହିଳା ଜଣଙ୍କ ଗାଡିରୁ ଓହ୍ଲାଇ ରାସ୍ତାରେ ପଡିଥିବା ମୋବାଇଲ ଉଠାଇବାକୁ ଚାଲିଗଲେ ।

ତେବେ ସେ ନଇଁ ପଡି ଫୋନ ଉଠାଇବାକୁ ଚେଷ୍ଟା କରିବା ମାତ୍ରେ ଧୋକା ଖାଇଥିଲେ ଓ ପୋପଟ ବନି ଯାଇଥିଲେ । କାରଣ ରାସ୍ତାରେ ପଡିଥିବା ଏହି ଫୋନ ଏକ ଦଉଡିରେ ବନ୍ଧା ହୋଇଥିଲା । କିଛି ଲୋକ ଯାତ୍ରୀ ଙ୍କ ସହିତ ପ୍ରାଙ୍କ କରୁଥିଲେ । ମହିଳା ଜଣକ ଫୋନ ଟିକୁ ଉଠାଇବାକୁ ଚେଷ୍ଟା କରିବା ମାତ୍ରେ ଫୋନକୁ ସୂତାରେ ବାନ୍ଧି ଧରିଥିବା ବ୍ୟକ୍ତି ସାଙ୍ଗେ ସାଙ୍ଗେ ଫୋନକୁ ଟାଣି ନେଇଥିଲେ । ଯାହା ଫଳରେ ମ୍ୟାଡାମ ପୋପୋଟ ହୋଇଯାଇଥିଲେ । ତେବେ ଲୋଭ ଦେଖାଇ ସେଠାରେ ଲଜ୍ଜିତ ହୋଇଥିଲେ ଓ ହସି ହସି ଚାଲି ଯାଇଥିଲେ ସେଠାରୁ । ସେହିପରି ଅତି ଲୋଭ କଲେ ସମସ୍ତଙ୍କ ସାମ୍ନା ରେ ହତାଦର ହେବାକୁ ହିଁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *