ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ପ୍ରତ୍ୟେକ ଲୋକଙ୍କ ପାଇଁ ମେରେଜ୍ ତାଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଅଟେ, କିନ୍ତୁ ଆମେ ଆଜି ଆପଣମାନଙ୍କୁ ଏପରି କିଛି, ଲୋକଙ୍କ ସମ୍ପର୍କରେ କହିବୁ ଯେଉଁମାନେ କି ତାଙ୍କର ବାହାଘର ଦିନ ନିଜର ଇଜ୍ଜତ୍ ହରାଇ ବସିଲେ। ସେମାନଙ୍କର କାର୍ଯ୍ୟକଳାପ କଥା ଶୁଣି ଆପଣମାନେ ଯେତିକି ଆଶ୍ଚର୍ଯ୍ୟ ହେବେ ତାହା ସହ ସେତିକି ହସିବେ ମଧ୍ୟ।
ଏକ ବାହାଘରରେ ଉଭୟ ପୁଅ ଏବଂ ଝିଅ ପରସ୍ପରକୁ ବରମାଳା ପିନ୍ଧାଇବା ପାଇଁ ରେଡ୍ଡି ହୋଇ ଠିଆ ହୋଇଥିଲେ। ଆଉ ଠିକ୍ ସେତିକି ବେଳେ ପୁଅର କିଛି ସାଙ୍ଗମାନେ ପୁଅକୁ ଉପରକୁ ଉଠାଇ ଦେଇଥିଲେ। ଏହାପରେ ସେଠାରେ ଥିବା ଜଣେ ପୁରୁଷ ଝିଅକୁ ମଧ୍ୟ ଉପରକୁ ଉଠାଇ ଦେଲେ, ଏହାପରେ ବରମାଳା ବି ସରିଗଲା। ହେଲେ ଏହାପରେ ବିନା ଅନୁମତିରେ ଝିଅକୁ ଉଠାଇ ଥିବାରୁ ଝିଅଟି ପଛକୁ ବୁଲି ପୁରୁଷଟି କୁ ଏକ ଶକ୍ତ ଚାପୁଡା ମାରିଥିଲା। ଏହାପରେ ପୁରୁଷଟି ସେଠାରେ ଥିବା ଏକ ଝିଅକୁ ଚାପୁଡା ମାରି ଚାଲି ଯାଇଥିଲା।
ଆଉ ଏକ ବାହାଘରରେ ପୁଅ ଏବଂ ଝିଅ ବରମାଳା ଧରି ଠିଆ ହୋଇଥିଲେ, ଏବଂ ପରେ ବରମାଳା ପିନ୍ଧାଇବା ଆରମ୍ଭ ହେଲା। ହେଲେ ସେଠାରେ ପୁଅ ଝିଅ ଏହି କଥାକୁ ନେଇ ଝଗଡା ଲାଗିଗଲେ ଯେ କିଏ ଆଗ ବରମାଳା ପିନ୍ଧାଇବ। ହେଲେ ଶେଷରେ ଦୁଇ ଜଣଙ୍କର ବରମାଳା ଛିଣ୍ଡି ଯାଇଥିଲା, ଏହାପରେ ଲୋକଲଜ୍ଜା ହେବା ଛଡା ଆଉ କିଛି ନଥିଲା ସେମାନଙ୍କ ପାଖରେ।
ଆଉ ଏକ ସ୍ଥାନରେ ଦୁଇଜଣ ବର କନ୍ୟା ଉଭୟକୁ ବରମାଳା ପିନ୍ଧାଇବା ପାଇଁ ରେଡ୍ଡି ହୋଇ ଠିଆ ହୋଇଥିଲେ। ପୁଅଟି ଝିଅଟିକୁ ଧିରେ ଧିରେ କରି ବରମାଳା ପିନ୍ଧାଇ ଥିଲା। ହେଲେ ଝିଅଟି ପୁଅଟିକୁ ନ ଅନାଇ ବରମାଳା ପିନ୍ଧାଉଥିଲା, ଯାହା ଫଳରେ ବରମାଳା ପୁଅର ମୁକୁଟରେ ରହି ଯାଉଥିଲା। ଏପରି ଦୁଇଥର ହେବା ପରେ ପୁଅଟି ରାଗିକରି ବରମାଳା ଛିଣ୍ଡାଇ ଦେଇଥିଲା।
ଆଉ ଏକ ସ୍ଥାନରେ ବରକନ୍ୟା ପରସ୍ପରକୁ ବରମାଳା ପିନ୍ଧାଉଥିଲେ, ଆଉ ସେହି ସମୟରେ ଏକ ବାଣ ଫୁଟିଲା ଆଉ ତାହା ପରେ ପୁଅଟିର ପ୍ୟାଣ୍ଟଟି ଖସିଗଲା। ଏହାପରେ ଝିଅଟି ସହ ସେଠାରେ ଥିବା ସବୁ ଲୋକ ହସିବାକୁ ଲାଗିଲେ।
ଆଉ ଏକ ବାହାଘରରେ ଜଣେ ବର ନିଜ ସ୍ତ୍ରୀଙ୍କୁ ଧରି ଭଲ ପୋଜ୍ ଦେଇ ଫଟୋ ଉଠାଉଥିଲେ, ହେଲେ ତାଙ୍କର ମନେ ନାହିଁ ଯେ ସେ ତାଙ୍କ ପ୍ୟାଣ୍ଟ୍ ର ଚେନ୍ ଦେଇ ନାହାଁନ୍ତି ବୋଲି। ତାଙ୍କର ଜଣେ ସାଙ୍ଗ କହିବାରୁ ସେ ପ୍ୟାଣ୍ଟର ଚେନ୍ ଦେଲେ।