ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ଭୂତକୁ କିଏ ବା ନ ଡରେ, ଭୂତ ନା ଶୁଣିଲେ ଲୋକମାନେ ଭୟରେ ଘରୁ ମଧ୍ୟ ବାହାରି ନଥାଆନ୍ତି। ଅନେକ ଲୋକ ଭୂତକୁ ଡରି ବି ନଥାଆନ୍ତି, ହେଲେ ଏହା ସତ୍ୟ କି ଯଦି ଆମେ ଭଗବାନଙ୍କୁ ବିଶ୍ୱାସ କରୁଛେ, ତାଙ୍କର ଅଲୌକିକ ଶକ୍ତିକୁ ବିଶ୍ୱାସ ଏବଂ ଭରସା କରୁଛେ ତେବେ ଦୁନିଆରେ ଭୂତ ଅଛି ବୋଲି ମଧ୍ୟ ବିଶ୍ୱାସ କରିବା। କାହିଁକି ନା କୁହାଯାଇଥାଏ, କିଛି ଗୋଟେ ଭଲ ଶକ୍ତି ଅଛି ମାନେ ଖରାପ ଶକ୍ତି ମଧ୍ୟ ନିଶ୍ଚିତ ଭାବେ ଥିବ
ଅନେକ ସମୟରେ ଆମେମାନେ ସୋସିଆଲ୍ ସାଇଟ୍ ରେ ଭୂତକୁ ନେଇ ଅନେକ ଖବର ଆମେ ଦେଖିଥାଉ। ଏବେବି ସେହିପରି ଏଅ ଖବର ଦେଖିବାକୁ ମିଳିଛି, ଷ୍ଟେସନରେ ବୁଲୁଛି ଭୂତ, ଭୟରେ ଓହ୍ଲାଉ ନାହାଁନ୍ତି ଲୋକମାନେ, ୪୨ ବର୍ଷ ହେଲାଣି ଷ୍ଟେସନରେ ରହୁନାହିଁ ଟ୍ରେନ। ଭାରତୀୟ ଲୋକମାନେ ଟ୍ରେନରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି, କୁହାଯାଏ ଭାରତରେ ଯେତିକି ରେଳ ଲାଇନ୍ ରହିଛି ତାହାକୁ ଯଦି ପୃଥିବୀରେ ଗୁଡାଯାଏ, ତାହା ପୃଥିବୀର ଦେଢଥର ଗୋଡାଇ ହେବ।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଭାରତରେ ଏମିତି ଏକ ରେଳ ଷ୍ଟେସନ ରହିଛି, ଯେଉଁଠି ଭୂତମାନେ ରହୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। କୁହାଯାଉଛି କି ଏହି ରେଳ ଷ୍ଟେସନକୁ ହଣ୍ଟେଡ୍ ବୋଲି ଘୋଷଣା କରା ଯାଇଛି। ଆପଣମାନେ ଭାରତର ଅନେକ ଷ୍ଟେସନ ନାମ ଶୁଣିଥିବେ, ଆଉ ବେଗୁନକୁଡାର ଷ୍ଟେସନ ନାମ ନିଶ୍ଚିତ ଶୁଣିଥିବେ। ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଏହି ଷ୍ଟେସନ ଭାରତୀୟ ରେଳବାଇ ରେକର୍ଡରେ ୧୦ ହଣ୍ଟେଡ୍ ଲିଷ୍ଟ୍ ରେ ସ୍ଥାନ ପାଇଛି। ୧୯୬୭ ମସିହାରେ ଏଠାରେ ଜଣେ କର୍ମଚାରୀ ଭୂତ ଦେଖିଥିବା କଥା କୁହାଯାଏ, ଏବଂ ଏହାପରେ ସେ ମୃତ୍ୟୁବରଣ କରିଥିଲେ। ଏହାପରଠାରୁ ୪୨ ବର୍ଷ ହେଲା ସେଠାରେ ଷ୍ଟେସନ ବନ୍ଦ ରହିଥିଲା, ଏଠାରେ କୌଣସି ଟ୍ରେନ୍ ରହିନଥାଏ ଏବଂ ଟ୍ରେନ ନିର୍ଦ୍ଧାରିତ ସ୍ପିଡ୍ ରୁ ଅଧିକ ସ୍ପିଡ୍ ରେ ଯାଇଥାଏ। ଏହାପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ପରେ ସେ ସେଠାରେ ଷ୍ଟସନକୁ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟରୁ ଜଣାପଡିଲା କି, ସେଠାକାର ବାସିନ୍ଦା ମାନେ ହିଁ ଏପରି ଅଜବ ଅଜବ ଶବ୍ଦ କରି ଡରାଉଥିଲେ।